ରିପୋର୍ଟ କାର୍ଡ / ଭୁବନେଶ୍ୱର
କ୍ରିମିନାଲ ଙ୍କୁ ସାବାଡ଼ କରିବା ପାଇଁ ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍। ରାତିରେ ପୋଲିସ ଅଧିକାରୀମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ଉପରେ ସ୍ଥିତି ପରଖୁଛନ୍ତି। କ୍ୟାପିଟାଲ ଥାନା ପୋଲିସ ୟୁନିଟ୍-୬ର ବସ୍ତି ଅଞ୍ଚଳ, ଲକ୍ଷ୍ମୀସାଗର ପୋଲିସ ହଳଦିପଡିଆ ଓ ଝାରପଡ଼ାର ବସ୍ତି, ଖାରବେଳନଗର ଥାନା ପୋଲିସ ଶାନ୍ତିନଗର ଓ ମାଳିସାହି ଅଞ୍ଚଳ ବୁଲି ସ୍ଥିତି ଉପରେ କଡା ନଜର ରଖିଛନ୍ତି । ବେଆଇନ୍ ଭାବେ ଦେଶି ମଦ ରନ୍ଧା ହେଉଛି କି , ଅଯଥାରେ ଖଟି ହେଉଛି କିମ୍ବା ନିଶା କାରବାର ଚାଲିଛି କି, ତାର ଯାଞ୍ଚ କରାଯାଉଛି | ଯଦି କେହି ଧରା ପଡନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ । ରାଙ୍କ ଅଫିସରଙ୍କ ନେତୃତ୍ୱରେ ହୋଇଥିବା ଏହି ସ୍ପେଶାଲ ଡ୍ରାଇଭ୍ରେ ଥାନା ଆଇଆଇସି ଓ ଏସ୍.ଆଇ ମାନେ ସାମିଲ ହୋଇଛନ୍ତି।






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..