ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସଙ୍ଗଠନକୁ ଆହୁରି ସଦୃଢ଼ କରିବାକୁ ପ୍ରସ୍ତୁତ ହେଉଛି | ଏହାକୁ ଦୃଷ୍ଟିରେ ରଖି ଦଳୀୟ ନେତା ଏବଂ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦଳର ଟାଣୁଆ ନେତା ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବଣ୍ଟନ କରିଛନ୍ତି । ଅଶୋକ ପଣ୍ଡା ହେଲେ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ସେହିପରି ନୂଆପଡ଼ା ଦାୟିତ୍ୱରେ ଟୁକୁନି ସାହୁ, ପୁରୀ ଦାୟିତ୍ୱରେ ନିରଞ୍ଜନ ପୂଜାରୀ । ରୋହିତ ପୂଜାରୀ ବଲାଙ୍ଗିର, ଅନନ୍ତ ଦାସ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟ ବରଗଡ଼, ବ୍ୟୋମକେଶ ରାୟ ଭଦ୍ରକ, ମହୀଧର ରଣା-ବୌଦ୍ଧ, ପ୍ରମୋଦ ମଲ୍ଲିକ କଟକ, ରାଜେନ୍ଦ୍ର ଢୋଲକିଆ ଦେବଗଡ଼, ବାସନ୍ତୀ ହେମ୍ବ୍ରମ ଢ଼େଙ୍କାନାଳ, ଜଗନ୍ନାଥ ସାରକା ଗଜପତି, ପ୍ରଫୁଲ୍ଲ ମଲ୍ଲିକ ଗଞ୍ଜାମ, ପ୍ରମିଳା ମଲ୍ଲିକ ଜଗତସିଂହପୁର, ସମୀର ଦାସ ଯାଜପୁର, ପ୍ରୀତିରଞ୍ଜନ ଘଡ଼େଇ ଝାରସୁଗୁଡ଼ା, ନବ ଦାସ କଳାହାଣ୍ଡି, ଶ୍ରୀକାନ୍ତ ସାହୁ କଳାହାଣ୍ଡି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରାପଡ଼ା, ଜଗନ୍ନାଥ ନାଏକ କେନ୍ଦୁଝର, ରାଜେନ୍ଦ୍ର ସାହୁ ଖୋର୍ଦ୍ଧା, ରଘୁରାମ ପଡାଲ କୋରାପୁଟ, ତୁଷାରକାନ୍ତି ବେହେରା ମାଲକାନଗିରି, ଅଶ୍ୱିନୀ ପାତ୍ର ମୟୂରଭଞ୍ଜ, ମନୋହର ରନ୍ଧାରୀଙ୍କୁ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି|






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……