ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ନାମାଙ୍କନ ଦାଖଲ ପ୍ରକ୍ରିୟା ୩୦ ସେପ୍ଟେମ୍ବରରେ ଶେଷ ହେବ। କିଏ ହେବ କଂଗ୍ରେସର ଅଧ୍ୟକ୍ଷ ତା ଉପରେ ରହିଛି ନଜର | ଅଶୋକ ଗେହେଲୋଟ ଓ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବଦିତା ହେବ ନେଇ ଚର୍ଚ୍ଚା ହେଉଛି | ମଲ୍ଲିକାର୍ଜୁନ ଖାଡଗେ, ସୁଶୀଲ କୁମାର ସିନ୍ଦେ , ଦିଗବିଜୟ ସିଂହ, ମନୀଷ ତିୱାରୀ, କେ ସି ବେଣୁଗୋପାଳଙ୍କ ନାଁ ସାମ୍ନାକୁ ଆସିଥିବା ଜଣାପଡିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଅକ୍ଟୋବର ୮ ରହିଛି । ଯଦି ଏକରୁ ଅଧିକ ନାମାଙ୍କନ ପତ୍ର ଦାଖଲ ହୁଏ ତାହେଲେ ଅକ୍ଟୋବର ୧୭ରେ ନିର୍ବାଚନ ହେବ । ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ । ଦୀର୍ଘ ୨୨ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..