ରିପୋର୍ଟ କାର୍ଡ / ମୋହନା
ଗଜପତି ଜିଲ୍ଲା ମୋହନା ଥାନା ରାଇସିଙ୍ଗ ଘାଟିରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଘାଟି ତଳକୁ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୩ ଯାତ୍ରୀ । ସୂଚନା ଅନୁଯାୟୀ, ଗତ ରାତିରେ କନ୍ଧମାଳ ଜିଲ୍ଲା କୋଠଗଡ଼ରୁ ମୁନିଗୁଡ଼ା ହୋଇ ବ୍ରହ୍ମପୁର ଅଭିମୁଖେ ‘କାମଧେନୁ’ ନାମକ ଘରୋଇ ବସ୍ଟି ଯାଉଥିଲା । ବସ୍ରେ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଥିଲେ। ରାତି ପ୍ରାୟ ୩ଟା ପରେ ଗାଡ଼ିଟି ରାଇସିଙ୍ଗ ଘାଟି ଅତିକ୍ରମ କରୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଖବର ପାଇ ସଙ୍ଗେସଙ୍ଗେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ସମସ୍ତ ଯାତ୍ରୀ ବ୍ରହ୍ମପୁର ଓ ଦିଗପହଣ୍ଡି ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ଅନ୍ୟ ଗାଡ଼ି ଯୋଗେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଛି। ପୋଲିସ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……