ରିପୋର୍ଟ କାର୍ଡ / ରାୟଗଡା
ରାୟଗଡା ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀ ଉପରେ ଥିବା ରାଜ୍ୟର ଦ୍ୱିତୀୟ ଝୁଲାପୋଲ ବନ୍ଦ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାଗାବଳୀ ନଦୀ ଝୁଲାପୋଲ କୁ ବନ୍ଦ କରାଯାଇଛି । ଚେକାଗୁଡା ଠାରୁ ମାରିଗୁଡା ପର୍ଯ୍ୟନ୍ତ ଏହି ପୋଲ ନିର୍ମାଣ ହୋଇଥିଲା । ଗମନାଗମନ ପାଇଁ ନିର୍ମାଣ ହୋଇଥିବା ପୋଲ ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ସ୍ଥଳୀ ପାଲଟିଯାଇଛି । ୨୦୧୧ ମସିହାରେ ନିର୍ମାଣ ହୋଇଥିଲା ଏହି ଝୁଲାପୋଲ | ମାତ୍ର ୧୧ ବର୍ଷର ଏହି ପୋଲରେ ଏ ଯାବତ ୩୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଯାହାକୁ କି ଗୁରୁତର ସହ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଅନୁମାନ କରି ପୂର୍ବରୁ ଏହି ପୋଲଟିକୁ ବନ୍ଦ କରି ଦିଆଯାଇଛି।






More Stories
ଖୁବ୍ଶୀଘ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ !…..
ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା…..
ଝଡ଼ବର୍ଷା ସମ୍ଭାବନା….