ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣା ହୋଇଛି | ଫଳରେ ୨ ମେଜେରଙ୍କ ସମେତ ମୋଟ ୬ ଜଣ ଙ୍କର ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ଆଇଏସ୍ପିଆର ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ହରନାଇ ଜିଲ୍ଲାର ଖୋଷ୍ଟ ସହରରେ ଗୋଟିଏ ଉଡ଼ାଣ ମିଶନରେ ହେଲିକପ୍ଟରଟି ବାହାରିଥିଲା। ତେବେ ଉଡ଼ାଣର କିଛି ସମୟ ମଧ୍ୟରେ ଏହା କ୍ରାଶ କରି ଯାଇଥିଲା। ୬ ମୃତକଙ୍କ ମଧ୍ୟରେ ହେଲିକପ୍ଟରର ଦୁଇ ପାଇଲଟ ମଧ୍ୟ ରହିଛନ୍ତି। ପ୍ରାଣ ହରାଥିବା ବ୍ୟକ୍ତିମାନେ ହେଲେ ମେଜର ଖୁରାମ ଶାହଜାଦ, ମେଜର ମହମ୍ମଦ ମୁନୀବ ଅଫଜଲ, ସୁବେଦାର ଅବଦୁଲ ୱାହିଦ, ସିପାହୀ ମହମ୍ମଦ ଇମରାନ, ନାଏକ ଜାଲିଲ ଓ ସିପାହୀ ସୋହେବ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ସେହିପରି ଘଟଣାସ୍ଥଳରେ ହିଁ ୬ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ମାସରେ ମଧ୍ୟରେ ପାକିସ୍ତାନର ଗୋଟିଏ ସେନା ହେଲିକପ୍ଟର ନିଖୋଜ ହୋଇଯାଇଥିଲା। ଏହାର ଦିନକ ପରେ ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟରଟି କ୍ରାଶ ହୋଇଯାଇଥିବା ଜଣାପଡ଼ିଛି। ଏଥିରେ ମଧ୍ୟ ୬ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..