ରିପୋର୍ଟ କାର୍ଡ / କଟକ
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଶେଷ ହୋଇଛି ।କଟକ ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରେ ମଙ୍ଗଳବାର ଏହି ମଧ୍ୟସ୍ଥତା କରିଥିଲେ। ମଧ୍ୟସ୍ଥତାରୁ କୌଣସି ଫଳାଫଳ ମିଳି ପାରିନଥିବା ସୂଚନା ମିଲିଛି । ଅଦାଲତରେ ଉଭୟ ବର୍ଷା ଓ ଅନୁଭବ ମହାନ୍ତି ହାଜର ହୋଇ ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖିଥିଲେ। ଆରୋପ ପ୍ରତ୍ୟାରୋପ ଭିତରେ ଆଲୋଚନା ହୋଇଥିବା ନେଇ ଜଣାପଡିଛି। ଏହାପରେ ଅନୁଭବଙ୍କ ତରଫରୁ ଏକ ପିଟିସନ ଦାଖଲ କରାଯାଇ ମଧ୍ୟସ୍ଥତା ପ୍ରକ୍ରିୟା ବନ୍ଦ କରିବାକୁ ନିବେଦନ କରିଛନ୍ତି । ଅଦାଲତ ଏପରି ପିଟିସନକୁ ଗ୍ରହଣ କରି ମଧ୍ୟସ୍ଥତା ପ୍ରକ୍ରିୟା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଲିଛି । ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ବର୍ଷା ହାଜର ହୋଇ ସାକ୍ଷୀ ଦେବେ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..