Report Card Odisha

| Daily Odia News

ଆଜି ଓଡ଼ିଶା ଇନଭେଷ୍ଟର୍ସ ମିଟ୍,ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବେଙ୍ଗାଲୁରୁରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଶିଳ୍ପପତି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ । ଏହି ଅବସରରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନଙ୍କୁ ନବୀନ ନିମନ୍ତ୍ରଣ ଦେବେ ବୋଲି ଜଣାପଡ଼ିଛି । ତାହା ସହ ଆଜି ସଂଧ୍ୟାରେ ହେବାକୁ ଥିବା ଶିଳ୍ପପତି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି | ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁରେ ପହଞ୍ଚିଥିଲେ । ପ୍ରଥମ ଦିନରେ ବିଶିଷ୍ଟ ପୁଞ୍ଜିପତି ତଥା ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀ ଏବଂ ଅନ୍ୟ ଶିଳ୍ପପତିଙ୍କୁ ସାକ୍ଷାତ କରି ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଛନ୍ତି । ଫିକ୍କି ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଆଜି ବେଙ୍ଗାଲୁରୁର ହୋଟେଲ ତାଜ ୱେଷ୍ଟଏଣ୍ଡଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଆୟୋଜିତ ହେବ।

Breaking News