ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ଆନ୍ଦୋଳନ ଜୋରଧରିଛି । ଏହାକୁ ବିରୋଧକରି ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଆଜି ବିଜେପି ପକ୍ଷରୁ ଏକ ଅଡିଓ ଜାରି କରାଯାଇ ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଦାବି କରାଯାଇଥିବା ବେଳେ, କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ଆନ୍ଦୋଳନ କରାଯାଉଛି । ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଖାଲି ବିକ୍ଷୋଭ ନୁହେଁ, ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ତାହା ସହ ସମୀରଙ୍କ ଘର ଭିତରକୁ କଂଗ୍ରେସ ଧସେଇ ପଶିବାକୁ ଉଦ୍ୟମ କରିଛି । ଫଳରେ ପୋଲିସ ଓ ଛାତ୍ର କଂଗ୍ରେସର କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମନ୍ତ୍ରୀଙ୍କୁ ତୁରନ୍ତ ଗରିଫ କରିବା ସହ ମନ୍ତ୍ରୀ ପଦରୁ ସମୀର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ଅନ୍ୟପଟେ ସମୀରଙ୍କୁ ନେଇ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଛି ଛାତ୍ର କଂଗ୍ରେସ । ସମୀର ଦାଶଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ।






More Stories
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……
ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର…..
ଆଜି କାଉଣ୍ଟରରେ ଟିକଟ ବିକ୍ରି……