ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦଶହରାରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର | କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ଏହି ବଡ଼ ଘୋଷଣାରେ ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଡିଏ ଏବଂ ଡିଆରର ଅତିରିକ୍ତ ୪% ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । କର୍ମଚାରୀଙ୍କ ର ମୋଟ ଡିଏ ୩୮ ପ୍ରତିଶତରେ ପହଞ୍ଚିଛି । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଶେଷଥର ପାଇଁ ବୃଦ୍ଧି ହୋଇ ଥିବା ମହଙ୍ଗା ଭତ୍ତା ୨୦୨୨ ଜାନୁଆରୀ ୧ରୁ ଲାଗୁ କରାଯାଇଥିଲା। ମାର୍ଚ୍ଚ ମାସରେ ୩ ପ୍ରତିଶତ ଡିଏ ବୃଦ୍ଧି କରାଯାଇଥିଲା। ସେତେବେଳେ ୩୧ ପ୍ରତିଶତ ଉପରେ ଏହି ଡିଏ ଲାଗୁ କାରାଯାଇଥିଲା। ସାଧାରଣତ ମୁଦ୍ରସ୍ପୀତିକୁ ଦୃଷ୍ଟିରେ ରଖି ଏକ ସନ୍ତୁଲନ ରକ୍ଷା କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଥାଏ। ସେହିପରି ପେନସନଭୋକ୍ତାମାନେ ମଧ୍ୟ ଏହି ବର୍ଦ୍ଧିତ ଡିଏ ସୁବିଧା ପାଇପାରିବେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..