ରିପୋର୍ଟ କାର୍ଡ / ନୟାଗଡ଼
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଭୂଅର୍ଜନ ଅଧିକାରୀଙ୍କୁ ପିଟିଲେ ମହିଳା । ନୟାଗଡ଼ ଟାଉନରେ ଭୂଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ଙ୍କୁ ମହିଳାମାନେ ନିଧୁର୍ମ ମାଡ ମାରିଥିବା ଜଣାପଡିଛି। ନିଜ ବାସଭବନରୁ କାର୍ଯ୍ୟାଳୟକୁ ଯିବା ବେଳେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବହୁସଂଖ୍ୟାରେ ମହିଳା ଝାଡୁରେ ପିଟିବାରୁ ଭୂଅର୍ଜନ ଅଧିକାରୀ ଆହତ ହୋଇଛନ୍ତି। ଜମି ଅଧିଗ୍ରହଣ କ୍ଷତିପୂରଣ ଦେବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଥିଲା । ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରିବା ଅଭିଯୋଗରେ ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଆହତ ଅବସ୍ଥାରେ ଭୂଅର୍ଜନ ଅଧିକାରୀଙ୍କୁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ କିଛି ମହିଳାଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି ପୋଲିସ ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……