Report Card Odisha

| Daily Odia News

ରେଳ ଷ୍ଟେସନ ନବୀକରଣ ପାଇଁ ହେବ ୧୦ ହଜାର କୋଟି ନିବେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ବସିଥିବା କେନ୍ଦ୍ର କ୍ୟାବିନେଟରେ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ସେଥିରେ ଦେଶର ୩ଟି ରେଳ ଷ୍ଟେଶନର ନବୀକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ, ଅହମଦାବାଦ ଏବଂ ମୁମ୍ବାଇ ଆଦି ତିନୋଟି ପ୍ରମୁଖ ରେଳ ଷ୍ଟେଶନ ର ନବୀକରଣ ପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପରେ ପ୍ରାୟ ୧୦ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ବ୍ୟତୀତ ଦେଶରେ ୧୯୯ ପ୍ଲାଟଫର୍ମର ନବୀକରଣ କାର୍ଯ୍ୟ ମଧ୍ୟ ଜାରି ରହିଥିବା ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀ ରେଳ ଷ୍ଟେଶନରେ ବସ, ଅଟୋ ଏବଂ ମେଟ୍ରୋ ରେଳ ସେବା ସହିତ ଟ୍ରେନ ସେବା ଏକୀକୃତ ହେବ। ଏଥି ସହିତ ଅହମଦାବାଦ ରେଳ ଷ୍ଟେଶନର ନବୀକରଣ ମୋଡେରାର ସୂର୍ଯ୍ୟ ମନ୍ଦିର ଦ୍ୱାରା ଅନୁପ୍ରାଣିତ ହୋଇଛି। ମୁମ୍ବାଇରେ ଥିବା ହେରିଟେଜ ବିଲଡିଂକୁ ଛାଡ଼ି ଏହାର ଆଖପାଖ କୋଠାଗୁଡ଼ିକର ନବୀକରଣ କରାଯିବ।

Breaking News