ରିପୋର୍ଟ କାର୍ଡ / ବାଲେଶ୍ଵର
ସମୁଦ୍ର ମଝିରେ ଗୁଳିମାଡ଼ ହୋଇଛି | ଗୁଳିମାଡ଼ରେ ଜଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି | ବାଲେଶ୍ବର ଜିଲ୍ଲା ବଳରାମଗଡ଼ି ସମୁଦ୍ରକୂଳ ଥାନା ଅଞ୍ଚଳରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ କମଳାକାନ୍ତ ମାଝୀ ଓ ଗୁରୁତର ଆହତ ପଦ୍ମଲୋଚନ ମଳିକ। ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ୭ ଜଣ ମତ୍ସ୍ୟଜୀବୀ ଜୟମା’ ତାରିଣୀ ଡ଼ଙ୍ଗାରେ ସମୁଦ୍ରର ଜୁଡ଼ାକୁଟି ଓ ଗଦାନଈ ମଝିରେ ଜାଲ ବିଛାଇ ମାଛ ମାରୁଥିଲେ। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ଡ଼ଙ୍ଗାରେ ଥିବା କମଳାକାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥି ସହିତ ଡ଼ଙ୍ଗାର ମାଲିକ ପଦ୍ମଲୋଚନଙ୍କର ପିଠିରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଥିବା ଅନ୍ୟଜଣେ ମତ୍ସ୍ୟଜୀବୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। କମଳାକାନ୍ତ ଓ ପଦ୍ମଲୋଚନଙ୍କୁ ତୁରନ୍ତ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡ଼ାକ୍ତର କମଳାକାନ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବାବେଳେ, ପ୍ରତିରକ୍ଷା ବିଭାଗ ତରଫରୁ ଗୁଳାମାଡ଼ ଯୋଗୁ ଦୁର୍ଘଟଣା ଘଟିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……