Report Card Odisha

| Daily Odia News

ଆପକୁ ଭାଙ୍ଗିବା ସହ ମୋତେ ତଳିତଳାନ୍ତ କରିବାକୁ ଚାହୁଁଛି ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଆମ୍ ଆଦମୀ ପାର୍ଟି ସଦସ୍ୟ ତଥା ବ୍ୟବସାୟୀ ବିଜୟ ନାୟାରଙ୍କୁ ଗିରଫ କରିଛି । ନାୟାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବୋଲି ଚର୍ଚ୍ଚା ହେଉଛି । ସିବିଆଇ ନାୟାରଙ୍କୁ ଗିରଫ କରିବାପରେ ବିଜେପି ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ। କହିଛନ୍ତି କି ଆପ୍କୁ ଭାଙ୍ଗିବା ସହ ମୋତେ ତଳିତଳାନ୍ତ କରିବାକୁ ବିଜେପି ଚାହୁଁଛି । ତାଙ୍କ କହିବା ମୁତାବକ, ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାରୁ ମୁକ୍ତି ପ୍ରଦାନ କରିବା କୌଣସି ବି ସରକାରଙ୍କ ପ୍ରଥମ କାର୍ଯ୍ୟ ହେବା ଉଚିତ୍। କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ବିଜେପି ୨୪ଘଣ୍ଟା ଶସ୍ତା ରାଜନୀତି କରୁଛନ୍ତି। ଏବେ ସେମାନେ ୨୪ଘଣ୍ଟା କେବଳ ଗୋଟିଏ କାମ ଅଛି | ଯେକୌଣସି ଉପାୟରେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗି କେଜ୍ରିୱାଲଙ୍କୁ ତଳିତଳାନ୍ତ କରିବା ପାଇଁ ୨୪ଘଣ୍ଟା କାମ କରୁଛି ବିଜେପି। ଆମ ଦଳ ପ୍ରଥମେ ଦିଲ୍ଲୀ, ପରେ ପଞ୍ଜାବ ଜିତିଥିବା ବେଳେ ବର୍ତ୍ତମାନ ଗୁଜରାଟ ଜିତିବ। ତା’ପରେ ସମଗ୍ର ଦେଶ ଜିତିବ ଆପ୍। ଗତକାଲି ବିଜୟ ନାୟାରଙ୍କୁ ଗିରଫ କରାଯାଇଛି। ବିଜୟ ନାୟାର ଆମ୍ ଆଦମୀ ପାର୍ଟିର ଜଣେ ଛୋଟ କର୍ମୀ। ଦଳର ଯୋଗାଯୋଗ କାର୍ଯ୍ୟର ତଦାରଖ କରନ୍ତି। ପଞ୍ଜାବରେ ଆମ ସରକାର ଗଠନ କରିବା‌ରେ ବିଜୟ ନାୟାର ବହୁତ ଭଲ କାମ କରିଥିଲେ। ବର୍ତ୍ତମାନ ସେ ଗୁଜରାଟର ଯୋଗାଯୋଗ ପରିଚାଳନା କରୁଥିଲେ। ଗୁଜରାଟର ସମସ୍ତ ଯୋଗାଯୋଗ ରଣନୀତି ସେ ପ୍ରସ୍ତୁତ କରୁଥିଲେ। ଗତ କିଛି ଦିନ ହେବ ବିଜୟଙ୍କୁ ପ୍ରତିଦିନ ପଚରାଉଚରା ପାଇଁ ଡକାଯାଉଥିଲା। ମନୀଷ ସିସୋଦିଆଙ୍କ ନାମ ନନେଲେ ଗିରଫ କରିବୁ ବୋଲି ଧମକ ଦିଆଯାଉଥିଲା। କିନ୍ତୁ ସେ ମିଛ କହିବାକୁ ମନା କରିଦେଇଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇ ବୋଲି କେଜ୍ରିୱାଲ କହିଛନ୍ତି |

Breaking News