ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ଦୌଡରୁ ଓହରିଯାଇଛନ୍ତି | ଗେହଲଟ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ନୈତିକ କାରଣ ଦର୍ଶାଇ ସେ ଏହି ନିର୍ବାଚନରୁ ଓହରି ଯାଇଥିବା ନେଇ ଚର୍ଚ୍ଚା ହେଉଛି । ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ବିଦ୍ରୋହ ପାଇଁ ସେ ନିଜକୁ ଦାୟୀ କରି ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେହିପରି ରାଜସ୍ଥାନ ସଙ୍କଟ ପାଇଁ ସେ ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଗେହଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ପ୍ରାୟ ଦେଢ଼ ଘଣ୍ଟାରୁ ଊର୍ଦ୍ଧ ଧରି ଆଲୋଚନା କରିଥିଲେ। ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ନିଷ୍ପତ୍ତିକୁ ସେ ଦଳୀୟ ନେତୃତ୍ୱଙ୍କ ହାତରେ ଛାଡ଼ିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..