Report Card Odisha

| Daily Odia News

ଆମେ ବିଶ୍ୱର ସବୁଠାରୁ ବଡ ଦଳ:ନଡ୍ଡା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶା ‌ଦଖଲ କରିବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିଛନ୍ତି | ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍‌ ସ୍ତରୀୟ ପ୍ରତିନିଧିଙ୍କୁ ଆଜି ନଡ୍ଡା କହିଛନ୍ତି ଯେ ଆମେ ବିଶ୍ୱର ସବୁଠାରୁ ବଡ ଦଳ, ଏତେ ବଡ ଦଳ ଦୁନିଆରେ ନାହିଁ | ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି, ବିଚାରକୁ ଛାଡ଼ିନାହିଁ | ସେହିପରି କଂଗ୍ରେସକୁ ସମାଲୋଚନା କରିବାକୁ ଭୁଲିନାହାନ୍ତି ନଡ୍ଡା | ସେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସରେ ନା ଜାତୀୟ ଅଛି ନା ଭାରତୀୟ ଅଛି | କଂଗ୍ରେସ ଏବେ ଭାଇ-ଭଉଣୀଙ୍କ ପାର୍ଟିରେ ପରିଣତ ହୋଇଯାଇଛି | ସେହିପରି କେବଳ କଂଗ୍ରେସ ନୁହେଁ ଦେଶର ଅନ୍ୟ ବିରୋଧୀ ଦଳର ପରିବାର ରାଜନୀତିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ନଡ୍ଡା | ଫାରୁକ ଅବଦୁଲ୍ଲା, ଲାଲୁ ଯାଦବ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେସିଆର ସମସ୍ତଙ୍କର ପରିବାର ପାର୍ଟି ଚାଲିଛି | ଓଡ଼ିଶାରେ ବି ପରିବାର ପାର୍ଟି ଚାଲିଛି | ଏଠାରେ ବିଜୁଙ୍କର ପାର୍ଟି ଚାଲିଛି | କେବଳ ବିଜେପି ପରିବାର ପାର୍ଟି ନୁହେଁ ବିଚାରର ପାର୍ଟି | ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି ଯେ ଓଡିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡିଥିବା ସରକାର | ଏହି ସରକାରକୁ ଉପାଡି ଫିଙ୍ଗିଦେବାର ସମୟ ଆସିଛି | ଆୟୁଷ୍ମାନ ଭାରତ ଯୋଜନାରୁ ୫୦ ଲକ୍ଷ ଓଡ଼ିଆ ବଂଚିତ ହୋଇଛନ୍ତି | ମନରେଗାରେ ଏଠି ଜାଲ ବିଲ ଚାଲିଛି | ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଚାଲିବା ଦରକାର | ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନଡ୍ଡା କଟାକ୍ଷ କରିଛନ୍ତି | ସେ କହିଛନ୍ତି ଯେ ଏଠି ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ | ରତ୍ନଭଣ୍ଡାର ଚାବି ମିଳିଲା ନାହିଁ ପରେ ଡୁପ୍ଲିକେଟ ଚାବି ମିଳିଲା | ସରକାର ଯେହେତୁ ଡୁପ୍ଲିକେଟ ତେବେ ଚାବି ବି ଡୁପ୍ଲିକେଟ ହେବ |

Breaking News