Report Card Odisha

| Daily Odia News

ଶ୍ରୀଜିଉଙ୍କୁ ଦର୍ଶନ କଲେ ଜେପି ନଡ୍ଡା…..

ରିପୋର୍ଟ କାର୍ଡ / ପୁରୀ

ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗତକାଲି ରାତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀ ଗସ୍ତ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ସେ ସିଧାସଳଖ ଭଦ୍ରକ ଜିଲ୍ଲାର ଧାମନଗର ଯିବେ ଏବଂ ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ। ଧାମନଗର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କର ଏକାଦଶାହ ସ୍ମୃତିଚାରଣ ସଭାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପିର ଜାତୀୟ ପ୍ରଭାରୀ ସୁନିଲ ବଂଶଲ, ବିଜେପିର ସମସ୍ତ ବିଧାୟକ, ସାଂସଦ ଓ ବିଜେପିରେ ସମସ୍ତ ରାଜ୍ୟ କର୍ମକର୍ତ୍ତା ଯୋଗଦେବେ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଏଇ ସ୍ମୃତି ଚାରଣ ସଭା ଓ ପକ୍ତି ଭୋଜନରେ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେବା ନେଇ ଆୟୋଜନ କରାଯାଉଛି। ସେଠୁ ଫେରିବା ପରେ ସେ ଦିନ ୧୧ଟା ବେଳେ ୭ ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହି ବୈଠକ ମଧ୍ୟ ଜନତା ମଇଦାନରେ ହେବ। ଆଜି ସନ୍ଧ୍ୟାରେ ହିଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୂଆଦିଲ୍ଲୀ ଫେରି ଯିବେ |

 

 

Breaking News