ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାରେ ଥିବା ମେଡିକାଲ୍ କଲେଜରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାହା ମୁତାବକ, ଓଡ଼ିଶାର ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି, ସେମାନେ ଏଥିଲାଗି ପଞ୍ଜୀକରଣ କରିପାରିବେ। ଅନ୍ୟ ରାଜ୍ୟର ଆଗ୍ରହୀ ଛାତ୍ରଛାତ୍ରୀ ଏନଆରଆଇ କୋଟାରେ ନାମ ଲେଖାଇବାକୁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ପାଇଁ ସେପ୍ଟେମ୍ବର ୩୦ ୪ଟାରୁ ଅକେଟାବର ୧୦ ତାରିଖ ପୂର୍ବାହ୍ନ ୧୧ଟା ୫୯ ମିନିଟ ଭିତରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପଞ୍ଜୀକରଣ କରିପାରିବେ। ସେମାନେ ନିଜର ଆବଶ୍ୟକ ନଥିପତ୍ର ଅପଲୋଡ୍ କରିପାରିବେ ଏବଂ ଫି ଦାଖଲ କରିବେ। ସମସ୍ତ ନଥିପତ୍ରର ଯାଞ୍ଚ ପରେ ଅକେଟାବର ୧୮ ତାରିଖ ୫ଟା ବେଳେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶିତ ହେବ। ନିର୍ଦ୍ଧିଷ୍ଟ ସମୟରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ କାଉନସେଲିଂ ଅନୁଷ୍ଠିତ ହେବ ବୋଲି ବି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ଯୋଗ୍ୟତାକୁ ତନଖି କରି ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହେବାକୁ ବି ଏଥିରେ ପରାମର୍ଶ ଦିଆଯାଇଛି।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..