ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମନ୍ତ୍ର ଦେଇଛନ୍ତି । ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ସ୍ଵାଗତ କରୁଛି । ବିଜେଡ଼ି ଏକ ଆଞ୍ଚଳିକ ଦଳ । ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚଳିବୁ । ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ରହି ଆସିଛି ଦଳ । ପଞ୍ଚାୟତ ଓ ପୋର୍ ନିର୍ବାଚନ ସରିଗଲା । ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର । ବିଜେଡି ପଞ୍ଚାୟତ, ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଆପଣେଇଛି । ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆସୁଛନ୍ତି । ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ । ରାଜନୀତି ଏକ ମାଧ୍ୟମ ମାତ୍ର । ସମସ୍ତେ ମନେ ରଖିବା ଆବଶ୍ୟକ । ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ସେମାନଙ୍କ ଆଶୀର୍ବାଦକୁ ସାଥିରେ ନେଇ ଦଳ ସବୁ କାମ କରୁଛି । ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ । ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ ।






More Stories
କମିବ ପେଟ୍ରୋଲ,ଡିଜେଲ ଦର…..
ଚାମେଲି ଓଝାଙ୍କୁ ମିଳିଲା ଜାମିନ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..