ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା ଏକ ଶିକ୍ଷାନୁଷ୍ଠାନ ଉପରେ ଆତ୍ମଘାତି ବିସ୍ଫୋରଣ କରାଯାଇଛି । କାବୁଲର ଶିୟା ଅଞ୍ଚଳକୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଇଥିବା ଜଣାପଡିଛି । ବିସ୍ଫୋରଣରେ ୧୯ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି | ଜଣେ ତାଲିବାନୀ ଅଧିକାରୀଙ୍କ ସୂଚନା ମୁତାବକ ରାଜଧାନୀ କାବୁଲ ନିକଟରେ ଥିବା ଶିୟା ବହୁଳ ଅଞ୍ଚଳରେ ଶୁକ୍ରବାର ଦିନ ଏହି ଆତ୍ମଘାତି ବିସ୍ଫୋରଣ କରାଯାଇଛି । ଏଠାରେ ଥିବା ଦଶାତୀ ବାରଚୀ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀମାନେ । ସୂଚନା ପାଇବା ପରେ ତାଲିବାନ ସରକାର ତରଫରୁ ସେଠାରେ ଅନେକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ହେଲେ ଏହି ଆତ୍ମଘାତି ବିସ୍ଫୋରଣ କିଏ କରିଛି ତା ନେଇ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟି କରିନାହାଁନ୍ତି ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..