ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ଗୋଟିଏ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ ଅବଧି ବଢ଼ାଇଦିଆଯାଇଛି | ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା । ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗାଡିର ନମ୍ବର ଶେଷ ଅଙ୍କ ୧ , ୨, ୩ ଆଉ ୪ ରହିଛି ତେବେ ଆପଣ ୩୧ ଅକ୍ଟୋବର ୨୦୨୨ ଭିତରେ ନମ୍ବର ପ୍ଲେଟ ଲଗାଇନେବେ | ଯଦି ଅପାଙ୍କ ଗାଡିର ନମ୍ବର ଶେଷ ଅଙ୍କ ୫,୬ ରହିଛି ତେବେ ୩୦ ନଭେମ୍ବର ଭିତରେ ନୂଆ ନମ୍ବର ପ୍ଲେଟ୍ ଲଗେଇପାରିବେ | ୭, ୮ ଅଙ୍କ ଥିବା ଗାଡି ନମ୍ବର ପାଇଁ ୩୧ ଡିସେମ୍ବର ସମୟ ସୀମା ଧାର୍ଯ୍ୟ ହୋଇଛି | ଗାଡି ରେଜିଷ୍ଟେସନ ନମ୍ବର ୯ ,୦ ଥିଲେ ୩୧ ଜାନୁଆରୀ ୨୦୨୩ ଭିତରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗେଇନେଇ ପାରିବେ |

ଉଲ୍ଲେଖ ଯୋଗ୍ୟ – ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିଲା ସେମାନଙ୍କ ପାଇଁ ଆଜିଥିଲା ଶେଷ ଦିନ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ, ନିଜ ଆଡୁ ସତ୍ୟପାଠ ଦାଖଲ କରିଥିଲେ ପରିବହନ କମିଶନର । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ବସ୍ତ ହୋଇଥିବା ବେଳେ, ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପ୍ରୟାସ ଜାରି ରଖିବେ ବୋଲି କୁହାଯାଇଛି ।






More Stories
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..