ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୭ ମାସରୁ ଧିକ ଦିନ ହେଲା ୟୁକ୍ରେନ ରୁଷର ଆକ୍ରମଣ ଜାରି ରହିଛି । ଏହା ଭିତରେ ଦକ୍ଷିଣ ୟୁକ୍ରେନର ସହର ଜାପୋରିଝିଆ ଉପରେ ରୁଷ ପକ୍ଷରୁ କ୍ଷେପାଣାସ୍ତ୍ର ମାଡ଼ କରାଯିବାରୁ ଯାଇଛି | ଏଥିରେ କ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକ ବୋଲି ୟୁକ୍ରେନ ଦାବି କରିଛି । ତେବେ ରୁଷ ଏହି ଆକ୍ରମଣକୁ ଖଣ୍ଡନ କରିଛି । ଜାପୋରିଝିଆ ଏବେ ରୁଷ କବଜାରେ ଥିବାରୁ ୟୁକ୍ରେନ ସେନାହିଁ ଏହି ଆକ୍ରମଣ କରିଛି ବୋଲି ରୁଷୀୟ ସୈନ୍ୟ ଅଧିକାରୀ କହିଛନ୍ତି । ୟୁକ୍ରେନର ସମ୍ବାଦ ସରବରାହ ସଂସ୍ଥା ୟୁକ୍ରେନଫର୍ମର ରିପୋର୍ଟ ଅନୁସାରେ ଜାପୋରିଝିଆ ସହରର ଓରେକୋଭ କାର ବଜାରରେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା । ସ୍ବେଚ୍ଛାସେବୀ ଓ କିଛି ସାଧାରଣ ଲୋକ କେତେକ ଗାଡ଼ିରେ ଯାଉଥିବାବେଳେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୨୩ ପ୍ରାଣ ହରାଇଥିଲେ । ଏହି ଘଟଣାରେ ଆହତ ହୋଇଥିବାରୁ ୨୮ ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏକ କ୍ଷେପଣାସ୍ତ୍ର ଭୂମିରେ ମାଡ଼ ହେବାରୁ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ଉକ୍ତ ସ୍ଥାନରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଓ ମର୍ମନ୍ତୁଦ ଥିଲା ଯେ ଏକ କାରର ଡ୍ରାଇଭରଙ୍କ ମୃତଦେହ ଛିଣ୍ଡି ଅନ୍ୟ ବାହାରେ ପଡ଼ିଥିବାବେଳେ ତାଙ୍କର କଟା ହାତଟି କାରର କ୍ଲଚକୁ ଧରିରହିଥିଲା । ଜାପୋରିଝିଆର ଆଞ୍ଚଳିକ ଗଭର୍ଣ୍ଣର ଆଲେକଜାଣ୍ଡାର ଷ୍ଟାରୁଖ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଂକଟାପନ୍ନ ଅଛି ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..