ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶେଷ ହେଲା କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦେଖା ପ୍ରକ୍ରିୟା | ଆଜି ଥିଲା ପାର୍ଥିପତ୍ର ଦାଖଲର ଶେଷ ଦିନ | ଏହି ଶେଷ ଦିନରେ ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦଳର ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥି ସହ ଝାଡ଼ଖଣ୍ଡ କଂଗ୍ରେସ ନେତା କେ.ଏନ୍ ତ୍ରିପାଠୀ ମଧ୍ୟ ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ସେ କହିଛନ୍ତି ଯେ ଦଳର ନେତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବ। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ ପ୍ରଥମେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବାର ଥିଲା | ଆଶ୍ଚର୍ଯ୍ୟ କର କଥା ହେଉଛି କି ସମସ୍ତଙ୍କୁ ଚମକାଇ ଆଜି ଝାଡ଼ଖଣ୍ଡର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏନ୍ ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି । ଶଶି ଥରୁର ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସକୁ ଆଗକୁ ନେବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଯଦି ସେ ସଭାପତି ନିର୍ବାଚିତ ହୁଅନ୍ତି, ତା’ହେଲେ ଦଳରେ ଥିବା ହାଇକମାଣ୍ଡ ସଂସ୍କୃତିକୁ ବଦଳାଇ ଦେବେ । ଶଶି ଥରୁର ନାମାଙ୍କନପତ୍ର ଦାଖଲ କରିବା ପରେ କହିଛନ୍ତି, ଦଳରରେ ପ୍ରମୁଖ ସମସ୍ୟା ହେଉଛି- ଦିଲ୍ଲୀକୁ କ୍ଷମତା କେନ୍ଦ୍ର କରି ରଖିବା। ଦଳ ଯେଉଁ ପ୍ରସ୍ତାବ ପାରିତ କରେ, ତା’ଉପରେ କଂଗ୍ରେସ ଅଧ୍ୟକ୍ଷ ନିଷ୍ପତ୍ତି ନେବ ବୋଲି କହି ଗୋଟିଏ ବାକ୍ୟରେ କାର୍ଯ୍ୟ ସାରି ଦିଆଯାଉଛି। ଏହି ପ୍ରକ୍ରିୟା ହଟିବା ଉଚିତ। ମଲ୍ଲିକାର୍ଜୁନ ଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ଶଶି ଥରୁର କହିଛନ୍ତି, ସେ ଦଳ ପାଇଁ ଭୀଷ୍ମ ପିତାମହ ସହ ସମାନ। ଦଳକୁ ନେଇ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ତେଣୁ କଂଗ୍ରେସ ଭୋଟର ହିଁ ସ୍ଥିର କରିବେ ଯେ ମୁଁ ଠିକ୍ ଲୋକ ନା ଭୁଲ୍ ଲୋକ। ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ ଦଳୀୟ କର୍ମୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ସୂଚନା ଥାଉ କି ରାଜନୀତିରେ ଯୋଗଦେବା ପୂର୍ବରୁ କୃଷ୍ଣାନନ୍ଦ ତ୍ରିପାଠୀ ବାୟୁସେନାରେ ଥିଲେ। ସେନା ଚାକିରି ଛାଡି ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୦୫ ରେ କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ଡାଲଟନଗଞ୍ଜ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ୨୦୦୯ ରେ, ସେ ପୁଣିଥରେ କଂଗ୍ରେସ ପ୍ରାର୍ଥୀ ଭାବରେ ଡାଲଟନଗଞ୍ଜ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନରେ ଜିତିଥିଲେ। ଜଣେ ବିଧାୟକ ହେବା ପରେ ତାଙ୍କୁ ରାଜ୍ୟ ସରକାରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..