Report Card Odisha

| Daily Odia News

ବନ୍ଧା ହେଲେ ଖୋର୍ଦ୍ଧା ଏସିଏସଓ….

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଏସିଏସଓ | ରାଇସ୍‌ ମିଲ୍‌ ମାଲିକଙ୍କୁ ଅନୁକମ୍ପା ଦେଖାଇବା ନିମନ୍ତେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଖୋର୍ଦ୍ଧା ଏସିଏସଓ ବିଷ୍ଣୁ ଚରଣ ପରିଡ଼ା । ଏହାପରେ ତାଙ୍କ ସରକାରୀ କ୍ୱାର୍ଟର୍ସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁ ସମ୍ପତ୍ତି ଜବତ କରାଯାଇଛି । ଲାଞ୍ଚ ନେବା ମାମଲାରେ ଏସିଏସଓ ବିଷ୍ଣୁ ଚରଣ ପରିଡ଼ାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଭିଜିଲାନ୍ସ ସେଲ୍ ଏସ୍‌ପି ଏମ୍. ରାଧାକ୍ରିଷ୍ଣନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ରାଇସ୍‌ ମିଲ୍‌ ମାଲିକଙ୍କୁ ବାଲାନ୍ସ ସାର୍ଟିଫିକେଟ ଦେବା ନିମନ୍ତେ ବିଷ୍ଣୁ ଚରଣ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ। ଏହାପରେ ତାଙ୍କ ସରକାରୀ କ୍ୱାର୍ଟର୍ସ ସମେତ ଅନ୍ୟାନ୍ୟ ଜାଗାରେ ସର୍ଚ୍ଚ କରାଯାଇ ୭ ଲକ୍ଷ ୪୮ ହଜାର ଟଙ୍କା ସହ ୨୫୦ ଗ୍ରାମ ସୁନା ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି । ବିଷ୍ଣୁ ଚରଣଙ୍କର ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ସର୍ଚ୍ଚ କରାଯାଉଛି।

Breaking News