Report Card Odisha

| Daily Odia News

ସହର ଜଗିବେ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ…..

ରିପୋର୍ଟ କାର୍ଡ / କଟକ

ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସହରକୁ ଜଗିବେ ୫୫ ପ୍ଲାଟୁନ୍‌ ପୋର୍ସ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସହରକୁ ଜଗିବେ ପୋଲିସ ଫୋର୍ସ ସହିତ୬ ଜଣ ଆଡିସିନାଲ ଡ଼ିସିପି, ୪୦ ଜଣ ଡ଼ିଏସପି ,୫୫ ଇନ୍ସପେକ୍ଟର, ୩୦୦ ସବ ଇନ୍ସପେକ୍ଟର , ୮୪ଜଣ ହାବିଲଦାର, ୬୨୪ ଟ୍ରାଫିକ କନଷ୍ଟେବଳ , ୬୯୪ଜଣ ହୋମଗାର୍ଡ ସହ ୭୦୦ଜଣ ପୋଲିସ ଭଲେଣ୍ଟିୟର ନିୟୋଜିତ ରହିବେ । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ,ଷ୍ଟ୍ରାଇକିଙ୍ଗ ଫୋର୍ସ, କ୍ୱିକ୍‌ ରେସ୍‌ପନ୍ସ ଟିମ୍‌ ମଧ୍ୟ ହେବ ମୁତୟନ ରହିବେ । ୪୪ଟି ଆଡ୍‌ ପୋଷ୍ଟ କରାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ହେବ ଓ୍ୱାନ୍‌ ଓ୍ୱେ ବ୍ୟବସ୍ଥା ।  CCTV କ୍ୟାମେରା  ନଜରରେ ରହିବ ସହର । ସହରରେ ଥିବା ୩୦୦ରୁ ଅଧିକ CCTV ଦ୍ୱାରା ସମସ୍ତ ଗତିବିଧି ଉପରେ ନଜର ରଖାଯିବ ।

Breaking News