ରିପୋର୍ଟ କାର୍ଡ / ଭୁବନେଶ୍ବର
‘ନବୀନ ଓଡ଼ିଶାର ପରିଚୟ’ ବୋଲି ମନ୍ତବ୍ୟ ଦେଇ ହରଡ଼ଘଣାରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ | ଶୁକ୍ରବାର ବିଜେଡି ସଭାରେ ପ୍ରତାପ ଦେବ କହିଥିଲେ, ଆଗରୁ ଓଡ଼ିଶାର ପରିଚୟ ଶ୍ରୀଜଗନ୍ନାଥ ଥିଲେ। ଏବେ ଓଡ଼ିଶା କହିଲେ ଲୋକ କହୁଛନ୍ତି ‘ନବୀନ ପଟ୍ଟନାୟକ’। ଜଗନ୍ନାଥ ଓ ନବୀନଙ୍କ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଏବେ ବିରୋଧୀ ପ୍ରତାପଙ୍କୁ ଘେରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍ କରି କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଅହଙ୍କାରର ପରିଚାୟକ। ପ୍ରତାପଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି ନା ନାହିଁ| ଯଦି କରୁନାହାନ୍ତି ତେବେ ପ୍ରତାପଙ୍କୁ ଭତ୍ସନା କରିବେ ତ | ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ କହିଛନ୍ତି ଯେ ମନ୍ତ୍ରୀ ଯଦି ପୁରୀ ଆସି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ବିଜେପି ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବ। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଆ ଜାତି ପାଇଁ ଏହା ଦୁର୍ଭାଗ୍ୟଜନକ। ବିରୋଧୀଙ୍କ ମନ୍ତବ୍ୟ ଉପରେ ମନ୍ତ୍ରୀ ଶ୍ରୀ ଦେବ ଟୁଇଟ୍ କରି କହିଛନ୍ତି ଯେ, ବିରୋଧୀ ମୋର ଗତକାଲିର ମନ୍ତବ୍ୟ ଉପରେ ଅଯଥା ରାଜନୀତି କରୁଛନ୍ତି। ମୋର କହିବାର ଅର୍ଥ ଥିଲା, ଏବେ ଜାତୀୟସ୍ତରରେ ଲୋେକ ଓଡ଼ିଶାକୁ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଏବଂ ଭଲ ଶାସନ ବ୍ୟବସ୍ଥା ପାଇଁ ଜାଣୁଛନ୍ତି। ମୁଁ ଅନୁରୋଧ କରୁଛି ଯେ, ଦଳଗୁଡ଼ିକ ମୋ କଥାର ଭୁଲ୍ ବ୍ୟାଖାନ ନକରନ୍ତୁ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……