Report Card Odisha

| Daily Odia News

ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କାଷ୍ଟିଂ କାଉଚ ମାମଲାରେ ଓଲିଉଡର ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଅକ୍ଷୟ ପରିଜା ବର୍ଷେ ଧରି ଏହି ଯୁବତୀଙ୍କ ସହିତ ଜୋରଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ। ଅକ୍ଷୟ ପରିଜା ଏହି ଯୁବତୀଙ୍କ ଅଶ୍ଲୀଳ ଫଟୋ ରଖିଥିଲେ। ସେହି ଫଟୋ ଦେଖାଇ ସେ ଏହି ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯୁବତୀଙ୍କ ବିବାହ ଠିକ୍ ହୋଇଯିବା ପରେ ତାଙ୍କ ଉପରେ ଅକ୍ଷୟ ପରିଜାଙ୍କ ଅତ୍ୟାଚାର ବଢ଼ିଯାଇଥିଲା। ବାହା ନହେବା ପାଇଁ ଅକ୍ଷୟ ତାଙ୍କୁ କହିଥିଲେ। ବାହା ହେଲେ ଜୀବନରେ ମାରିଦେବାକୁ ମଧ୍ୟ ସେ ଏହି ଯୁବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅକ୍ଷୟ ପରିଜା ଏହି ଯୁବତୀଙ୍କ ନାଁରେ ପାଲଟା ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ଯୁବତୀ ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରୁଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

 

Breaking News