ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁରଙ୍କୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସେ ଆସନ୍ତା ନଭେମ୍ବର ୩୦ରେ ଅବସର ନେବେ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ସେ ହେଉଛନ୍ତି ଆଇପିଏସ୍ | ନୂଆଦିଲ୍ଲୀରେ ଜାତୀୟ ବୈଷୟିକ ଗବେଷଣା ସଂଗଠନର ଉପଦେଷ୍ଟା ଭାବେ କାର୍ଯ୍ୟରତ | ୧୯୮୬ ବ୍ୟାଚ ଆଇପିଏସ୍ ଶ୍ରୀ କାପୁରଙ୍କୁ ୬୦ବର୍ଷ ବୟସ ହୋଇଥିବାରୁ ନଭେମ୍ବର ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ, ୧୯୮୬ ବ୍ୟାଚର ଅନ୍ୟଜଣେ ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମା ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବେ । ଗତ ଦୁଇମାସ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଏଥିପାଇଁ ଆନୁଷ୍ଠାନିକ ଅନୁମତି ଦେଇସାରିଛନ୍ତି ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……