ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମେଲାଣି ନେବେ ଦୁର୍ଗତି ନାଶିନୀ ମା’ ଦୁର୍ଗା। ଭସାଣୀ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିପାଇଁ ଟ୍ବିନ ସିଟିରେ ବ୍ୟାପକ ଆୟୋଜନ । ଘଣ୍ଟ ଘଣ୍ଟା କାହାଳି ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ଦୁଲୁକିବ ଟ୍ବିନ୍ ସିଟି । ତେବେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭୁବନେଶ୍ବରରେ ୩ଟି ଭସାଣୀ କମିଟି ରହଛି । ସମସ୍ତ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩ ଜଣ ଅତିରିକ୍ତ ଡିସିପି ଭସାଣୀ ଦାୟିତ୍ୱ ରେ ରହିବେ ଏବଂ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଭସାଣୀ ବେଳେ ୩୫ ଡିସିବେଲରୁ ଅଧିକ ଉଚ୍ଚ ଡିଜେ ନବଜାଇବା ପାଇଁ ସମସ୍ତ କମିଟିକୁ ତାଗିଦ୍ କରାଯାଇଛି ।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..