ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ନୀଳଚକ୍ର କୁ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ବୁଧବାର ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଲେଥିଲେ। ତାକୁ ଓହ୍ଲାଇବାକୁ ପୋଲିସ ଓ ଜେଟିପି ବାରମ୍ଵାର କହିଥିଲେ। ପ୍ରଥମେ ସେ ଓହ୍ଲାଇ ନଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ଓହ୍ଲାଇଥିଲେ। ତେବେ ସେ କେଉଁ ଉଦ୍ଦେଶ୍ୟ ନେଇ ନୀଳଚକ୍ର ପର୍ଯ୍ୟନ୍ତ ଚଢ଼ି ଯାଇଥିଲେ, ସେ ବାବଦରେ ଜଣାପଡ଼ି ନାହିଁ। ସିଂହ ଦ୍ୱାର ଥାନା ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..