ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳି କାଣ୍ଡ ଘଟିଛି | ଏଥିରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜୀବନ ବଞ୍ଚାଇବାକୁ ସମସ୍ତେ ସୁରକ୍ଷିତ ସ୍ଥାନକୁ ଦୌଡୁଥିଲେ । ପୀଡିତାଙ୍କ ମଧ୍ୟରେ ଉଭୟ ଶିଶୁ ଏବଂ ବୟସ୍କ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଜଣେ ପୂର୍ବତନ ପୋଲିସ ଅଧିକାରୀ ଗୁଳିକାଣ୍ଡ ରଚିଥିବା ବୋଲି ଜଣାପଡିଛି। ଅପରାଧୀଙ୍କୁ ଧରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ଏଜେନ୍ସିକୁ ସତର୍କ କରାଇଥିବା ନେଇ ସରକାରୀ ମୁଖପାତ୍ର କହିଛନ୍ତି। ଅନ୍ୟ କେତେକ ଦେଶ ତୁଳନାରେ ଥାଇଲ୍ୟାଣ୍ଡରେ ବନ୍ଧୁକ ମାଲିକାନା ହାର ଅଧିକ କିନ୍ତୁ ସରକାରୀ ସଂଖ୍ୟାରେ ବହୁ ସଂଖ୍ୟାରେ ବେଆଇନ ଅସ୍ତ୍ର ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଯାହା ମଧ୍ୟରୁ ଅନେକ ବର୍ଷ ଧରି ବିବାଦୀୟ ପଡ଼ୋଶୀ ଦେଶମାନଙ୍କ ସୀମା ଦେଇ ଅଣାଯାଇଥିବା ସୂଚନା ରହିଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..