ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଶ୍ରେଷ୍ଠାସନରେ ଅଧିଷ୍ଠିତ ହୋଇପାରନ୍ତି। ଉତ୍ତମ ଗୁଣର ଅଧିକାରୀ ହେବେ। ନୀତିନିଷ୍ଠ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ। ବହୁ ବ୍ୟୟ ଘଟିପାରେ।
ବୃଷ : ସମାର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ସରକାରୀ ସ୍ତରରୁ ଧନ ପ୍ରାପ୍ତ ହୋଇପାରନ୍ତି। ଧର୍ମକ୍ରିୟାରତ ହେବେ। କାର୍ଯ୍ୟରେ ସଫଳତା ମିଳବ।
ମିଥୁନ : ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଉତ୍ତମ ରମଣୀଯୁକ୍ତ ହେବେ। ପୁତ୍ର ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ସରକାରୀ ଅର୍ଥ ମିଳିପାରେ। ବହୁବିଧ ଧନର ଅଧିକାରୀ ହେବେ।
କର୍କଟ : ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହୋଇପାରନ୍ତି। ଦେବ, ଦ୍ବିଜ ପରାୟଣ ହେବେ। ଧନବାନ୍ ହୋଇପାରନ୍ତି। ମହିଳା ଗୋଷ୍ଠୀର ନେତୃତ୍ବ ନେବେ।
ସିଂହ : ଅଜାତ ଶତ୍ରୁ ହେବେ। ଧନ ଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ତେଜୀୟାନ୍ ହେବେ। ବନ୍ଧୁ ବିପଦରେ ଥିବାର ଖବର ମିଳିପାରେ। ବାହୁରେ ପୀଡ଼ା ଉପୁଜିବାର ସମ୍ଭାବନା ଅଛି।
କନ୍ୟା : ସେବାଶ୍ରମର ପୃଷ୍ଠପୋଷକ ହୋଇପାରନ୍ତି। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହୋଇପାରେ। ସ୍ବର୍ଣ୍ଣାଦି ମୂଲ୍ୟବାନ୍ ବସ୍ତୁ ପ୍ରାପ୍ତି ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା : ମନ ପ୍ରସନ୍ନ ରହିବ। ଶତ୍ରୁ ଉପଦ୍ରବ ଦମନ କରିବାରେ ପାରଙ୍ଗମ ହେବେ। କୃଷି କର୍ମରୁ ଲାଭ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିବ।
ବିଛା : ବୃହତ୍ ପରିବାରର ପୋଷକ ହୋଇପାରନ୍ତି। ପୂଜନୀୟ ହେବେ। ଯାନବାହନ ସୁଖ ମିଳିପାରେ। ପରାକ୍ରମଶାଳୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ : ବୁଦ୍ଧିମାନ୍ ହେବେ। ଯାନବାହନ କ୍ରୟ ଯୋଗ ଅଛି। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ଆଭୂଷଣ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ।
ମକର : ଧର୍ମାସକ୍ତ ହୋଇପାରନ୍ତି। ମତିମାନ୍ ହେବେ। ପୁତ୍ର ଓ ମିତ୍ରଙ୍କ ପାଇଁ ସୁଖ ଭୋଗ କରିବେ। ମାତୃବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ନିର୍ବାଚନରେ ବିଜୟୀ ହୋଇପାରନ୍ତି।
କୁମ୍ଭ : ଶ୍ରେଷ୍ଠାସନରେ ଗାଦିନସୀନ ହୋଇପାରନ୍ତି। ତେଜୀୟାନ୍ ହେବେ। ଧର୍ମମତି ସମ୍ପନ୍ନ ହେବେ। ଜନବଲ୍ଲଭ ଭାବେ ସାମାଜିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବେ। ପୁତ୍ରବତ୍ ଧନର ଅଧିକାରୀ ହେବେ।
ମୀନ : ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ରୋଜଗାର ଊଣା ହେବ ନାହିଁ। କୀର୍ତ୍ତିମାନ୍ ହେବେ। ଯେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନା କାହିଁକି; ଅନୁଗତ ଓ ଅଧସ୍ତନଙ୍କ ଅପୂର୍ବ ସହଯୋଗ ମିଳିବ।
More Stories
ଧରାପୃଷ୍ଠରେ ଜଗତଜନନୀ ମା’ ଦୁର୍ଗା,ଆଜି ଶକ୍ତିପୀଠରେ ମହାଷ୍ଟମୀ,ମଣ୍ଡପେ ମହାସପ୍ତମୀ……
ଆସୁଛନ୍ତି ମହାମାୟା…..
ଧର୍ମୀୟ ମନୋବୃତ୍ତିର ହେବେ…..