ରିପୋର୍ଟ କାର୍ଡ / ଭୁବନେଶ୍ବର
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବଙ୍କର ଆଜି ଦେହାନ୍ତ ହୋଇଛି | ମୁଲାୟମ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତାଙ୍କ ଅଫିସିଆଲ୍ ଆକାଉଣ୍ଟ୍ରେ ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବଙ୍କ ବିୟୋଗରେ ମୁଁ ଦୁଃଖିତ। ଦଳିତମାନଙ୍କ ବିକାଶ ଦିଗରେ ତାଙ୍କର ଅବଦାନ ପାଇଁ ଏହି ସମାଜବାଦୀ ନେତାଙ୍କୁ ସର୍ବଦା ସ୍ମରଣ କରାଯିବ। ଶୋକସନ୍ତପ ପରିବାର ଓ ସମର୍ଥକଙ୍କ ପାଇଁ ମୋର ଭାବନା ଓ ପ୍ରାର୍ଥନା ଜଣାଉଛି। ଓମ୍ ଶାନ୍ତି।’ ଉଲ୍ଲେଖ ଯୋଗ୍ୟ- ଆଜି ସକାଳେ ମୁଲାୟମ୍ ଙ୍କର ପରଲୋକ ହୋଇଥିବା ଜଣାପଡିବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..