ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତାକାଲି ଫିପା ଜୁନିୟର ଫୁଟବଲ୍ ବିଶ୍ଵକପ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି କରାଯାଇଛି | ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ ପୁରା ଷ୍ଟାଡ଼ିୟମ । ଆଜି କଳିଙ୍ଗ ଷ୍ଟାଡ଼ିୟମ ପହଞ୍ଚି ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡ଼ିସିପି । ତେବେ ଡ଼ିସିପିଙ୍କ ପ୍ରତ୍ତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡ଼ିସିପି, ୧୪ ଏସିପି, ୩୦ ଇନିସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ। ସେହିପରି ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ଵ ଦିଆଯିବ। ଶାନ୍ତିଶୃଙ୍ଖଳାରେ ଖେଳ ପରିଚାଳନା ହେବ ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..