ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଂଟର ପାର୍ଲାମେଂଟାରୀ ୟୁନିଅନ ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଆଇପିୟୁର ୧୫ଜଣିଆ କାର୍ଯ୍ୟନିର୍ବାହୀ କମିଟିକୁ ଶ୍ରୀମତୀ ଷଡ଼ଙ୍ଗୀ ଭାରତର ପ୍ରତିନିଧିତ୍ୱ କରିବେ । ରାୱାଣ୍ଡାର କିଗାଲିଠାରେ ହୋଇଥିବା ଏହି ନିର୍ବାଚନରେ ଅପରାଜିତାଙ୍କ ସପକ୍ଷରେ ୧୮ରୁ ୧୨ଟି ମିଳିଥିଲା | ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ନିର୍ବାଚନରେ ବିଜୟୀ ହେବା ନେଇ ଅପରାଜିତାଙ୍କୁଅଭିନନ୍ଦନ ଜଣାଇଥିଲେ । ଏହି ପ୍ରତିଷ୍ଠିତ ସଂସ୍ଥାର ସଦସ୍ୟ ଭାବେ ଅପରାଜିତା ସଫଳତାର ସହ କାର୍ଯ୍ୟ କରିବେ ବୋଲି ସେ କାମନା କରିଛନ୍ତି । ସେହିପରି ଏହି ସମ୍ମାନଜନକ ପଦବୀ ନିମନ୍ତେ ତାଙ୍କୁ ମନୋନୀତ କରି ପଠାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……