ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆତଙ୍କବାଦ ନିରୋଧ ଅପରେସନ ବେଳେ ଗୁଳି ମାଡ଼ରେ ଆହତ ହୋଇଥିବା ଭାରତୀୟ ସ୍ଥଳ ସେନାର ଲଢ଼ୁଆ କୁକୁର ଜୁମ୍ ର ମୃତ୍ୟୁ ହୋଇଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। କିଛି ଦିନ ତଳେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏନକାଉଣ୍ଟର ବେଳେ ଆର୍ମି ଡଗ୍ ଜୁମ ଦେହରେ ଦୁଇଟି ଗୁଳି ମାଡ଼ ହୋଇଥିଲା। ତା’ ପଛ ଗୋଡ଼ ଓ ମୁହଁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ଡାକ୍ତରୀ ଟିମ୍ ଆଡଭାନ୍ସ ଫିଲ୍ଡ ଭେଟେରିନାରୀ ହସ୍ପିଟାଲରେ ଜୁମର ଚିକିତ୍ସା କରୁଥିଲେ। କିନ୍ତୁ ଆଜି ଦିନ ୧୨ଟାରେ ତା’ର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି |






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..