ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ପୁଣ୍ୟକର୍ମା ହୋଇପାରନ୍ତି। ଧନଶାଳୀ ହେବାର ସୂଚନା ମିଳୁଛି। ପ୍ରଭାବଶାଳୀ ହେବେ। ନୀତିନିଷ୍ଠ ହେବେ। ପୁତ୍ର ସନ୍ତାନ ଲାଭର ସୂଚନା ମିଳୁଛି। ଚତୁଷ୍ପଦ ପ୍ରାଣୀ ଲାଭ ହେବ। ବନ୍ଧୁ ସ୍ନେହ ମିଳିବ।
ବୃଷ : ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକ୍ଷମ ହେବେ। ଶକ୍ତିମାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ : ପତ୍ନୀଙ୍କ ବିଳାସବ୍ୟସନ ପାଇଁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଭୂତବିଦ୍ୟାଯୁକ୍ତ ହେବେ। ପୁତ୍ରର ଆବଶ୍ୟକତା ପୂରଣ କରିବେ। ପାପୀ ଲୋକଙ୍କୁ ଆଶ୍ରୟ ଦେଲେ ଦଣ୍ଡସ୍ବରୂପ ତଣ୍ଡ ଗଣି ପାରନ୍ତି।
କର୍କଟ : ସୌଖୀନ ପୋଷାକ କ୍ରୟ କରିପାରନ୍ତି। କୃଷି କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଶାସ୍ତ୍ର ଅଧ୍ୟୟନକରି ସନ୍ତୁଷ୍ଟ ହେବେ। ସାଧୁଙ୍କ କଲ୍ୟାଣଭାଜନ ହେବେ।
ସିଂହ : ଜ୍ଞାନ ପ୍ରଦୀପ ପ୍ରଜ୍ବଳନ କରି କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ସରକାରୀ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶକୁ ପ୍ରଦୂଷଣମୁକ୍ତ କରିପାରନ୍ତି। ବହୁବିଧ ଓ ଉତ୍ତମ ଗୁଣଯୁକ୍ତ ହେବେ।
କନ୍ୟା : ଧନବାନ୍ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେଇପାରନ୍ତି। ସରକାରୀ ମାନ୍ୟତା ମିଳିବ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଉଦ୍ୟୋଗୀ ହେବେ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ।
ତୁଳା : ଚୌର ଓ ଶତ୍ରୁଭୟ ରହିଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସରକାରୀ କୋପଦୃଷ୍ଟି ପ୍ରତି ସତର୍କ ରହିବାକୁ ପଡ଼ିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ଖର୍ଚ୍ଚାନ୍ତ ହେବେ।
ବିଛା : ସ୍ବଅର୍ଜିତ ଧନ ଭୋଗ କରିବେ। ଦୂରଦୃଷ୍ଟି ସମ୍ପନ୍ନ ହେବେ। ଯାହାର କିଛି ଉପକାର କରିବେ; ତା’ଠାରୁ ପ୍ରତିଦାନର ଆଶା ରଖିବେ ନାହିଁ। ବ୍ୟବସାୟ ଲାଭଜନକ ହେବ। ନିଜର ଭାଗ୍ୟନିୟନ୍ତା ନିଜେ ହେବେ।
ଧନୁ : ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଜନକଲ୍ୟାଣ ପାଇଁ ଉତ୍ସର୍ଗୀକୃତ ମନୋବୃତ୍ତି ନେଇ କାର୍ଯ୍ୟ କରିବେ। କର୍ମତତ୍ପର ହେବେ। ଶତ୍ରୁ ଆପଣାଛାଏଁ ଅପସରି ଯିବେ।
ମକର : ପର୍ଯ୍ୟାପ୍ତ ଧନର ଅଧିକାରୀ ହୋଇପାରନ୍ତି । ବ୍ୟବସାୟ ସୁଦୂର ପ୍ରସାରୀ ହେବ। ଜନସଚେତନତା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହେବେ।
କୁମ୍ଭ : ପୁଷ୍ପାଦି ଭୂଷଣରେ ଭୂଷିତ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବାକ୍ୟ ବିଷାରଦ ହେବେ। ରାଜନୀତି ସହ କୂଟନୀତିରେ ପାରଙ୍ଗମ ହେବେ। କୃଷକଙ୍କ ସାହାଯ୍ୟକାରୀ ହେବେ।
ମୀନ : ସଙ୍ଗୀତପ୍ରିୟ ଲୋକଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଆହାରରେ ଭଲମନ୍ଦର ବିଚାର ରହେ ନାହିଁ। ଅନ୍ୟର ସେବା ପାଇଁ କୁଣ୍ଠା ପ୍ରକାଶ କରିବେ ନାହିଁ। ସର୍ବଜନ ଆଦରଣୀୟ ହେବେ। ମହାନତା ମିଳିବ।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..