Report Card Odisha

| Daily Odia News

ବିଶ୍ୱର ବିପଦଜନକ ଦେଶ ପାକିସ୍ତାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦଜନକ ରାଷ୍ଟ୍ର କହିଛନ୍ତି। ଏକତା ନ ଥାଇ ଆଣବିକ ଅସ୍ତ୍ର ରଖିଥିବାରୁ ବିଶ୍ବର ସବୁଠୁ ବଳି ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଗୋଟାଏ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଚାର କରୁଥିବା କଥା ଆଜି ଜଣାପଡ଼ିଛି। ଗୁରୁବାର ଦିନ ‘ଡେମୋକ୍ରାଟିକ୍‌’ କଂଗ୍ରେସ୍‌ ପ୍ରଚାର ଅଭିଯାନ କମିଟି ଅଭ୍ୟର୍ଥନାରେ ଉଦ୍‌ବୋଧନ ଦେବା ବେଳେ ବାଇଡେନ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ ୱେବ୍‌ସାଇଟ୍‌ରେ ପ୍ରକାଶିତ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ଭାଷଣର ଲିଖିତ ରୂପରେ ଉଲ୍ଲେଖ ଅଛି, ବାଇଡେନ୍‌ କହିଛନ୍ତି ମୋର ମନେହୁଏ ବିଶ୍ବର ସବୁଠୁ ଅଧିକ ବିପଜ୍ଜନକ ରାଷ୍ଟ୍ର ହେଉଛି ପାକିସ୍ତାନ। ଏକତା ବିନା ଆଣବିକ ଅସ୍ତ୍ର ରଖିଛି। ପରିବର୍ତ୍ତିତ ବିଶ୍ବ ପରିସ୍ଥିତି ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ବିଶ୍ବରେ ଦ୍ରୁତ ପରିବର୍ତ୍ତନ ଘଟୁଥିବାରୁ ରାଷ୍ଟ୍ରମାନେ ନିଜ ନିଜର ମିତ୍ର ରାଷ୍ଟ୍ରଙ୍କ କଥା ପୁନର୍ବିଚାର କରୁଛନ୍ତି। କିନ୍ତୁ, ମୋର ଯାହା ବିଶ୍ବାସ ସତ କଥା ହେଲା, ବିଶ୍ବ ଆମ ଆଡ଼କୁ ଦୃଷ୍ଟିପାତ କରୁଛି। ଏଇଟା ପରିହାସ ନୁହେଁ। ଆମ ଶତ୍ରୁ ରାଷ୍ଟ୍ରମାନେ ବି ଆମ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଉଛନ୍ତି। ଅନ୍ୟରାଷ୍ଟ୍ରମାନଙ୍କ ସହିତ ୱାସିଂଟନ୍‌ର ସମ୍ପର୍କ କଥା ମଧ୍ୟ ସେ କହିଛନ୍ତି। ଆମେରିକା ବିଶ୍ବର ନେତୃତ୍ବ ନେଇପାରିବ ବୋଲି କହି ସେ କହିଛନ୍ତି, ବିଶ୍ବକୁ ଏଭଳି ସ୍ଥାନକୁ ନେଇଯିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ସାମର୍ଥ୍ୟ ଅଛି ଯେଉଁ ସ୍ଥାନରେ ବିଶ୍ବ କେବେ ପହଞ୍ଚି ପାରି ନ ଥିଲା। ଚାଲିଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଏବଂ ବିଶ୍ବ ଉପରେ ଏହାର ପ୍ରଭାବ ବିଷୟରେ କହିବା ବେଳେ ରାଷ୍ଟ୍ରପତି ବାଇଡେନ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Breaking News