Report Card Odisha

| Daily Odia News

ଆମ୍ବୁଲାନ୍ସ ଦୁର୍ଘଟଣା,୨ ମୃତ…..

ରିପୋର୍ଟ କାର୍ଡ / ଭବାନୀପାଟଣା

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମହିଚଲା ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଫଳରେ ଘଟଣାସ୍ଥଳରେ ରୋଗୀଙ୍କ ସହ ଗାଡ଼ି ହେଲପରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏକ ୧୦୮ ଆମ୍ବୁଲାନ୍ସରେ ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗାଁରୁ ଜଣେ ରୋଗୀଙ୍କୁ ଭବାନୀପାଟଣାକୁ ରୋଗୀ ନେଇ ଯାଉଥିଲେ ପରିବାର ଲୋକେ। ତେବେ ଗତକାଲି ବିଳମ୍ବିତ ରାତିରେ ଗଛରେ ଆମୁଲାନ୍ସଟି ପିଟି ହୋଇଥିଲା। ଏହାଫଳରେ ରୋଗୀଙ୍କ ସହ ଗାଡ଼ି ହେଲପରଙ୍କ ମୃତ୍ୟୁ ହୋଇଛି। ଏଣେ ପରିବାରର ୩ ସଦସ୍ୟ ବି ଆହତହୋଇଛନ୍ତି। ମୃତକ ରୋଗୀ ହେଲେ ହେଲେ କପୁର ମାଲ ଗାଁର ସୁମିତ୍ରା ଦୁର୍ଗା। ଖବର ପାଇ ଜୁନାଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Breaking News