ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟର ଭଦୋଦରାର କପୁରାଇ ରାଷ୍ଟ୍ରୀୟ ରାଜମାର୍ଗରେ ବସ୍ ଓ ଟ୍ରଲର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ଦୁର୍ଘଟଣା ଭୋର ପ୍ରାୟ ୪ଟାରେ ଘଟିଛି। ଏହି ବସ୍ଟି ରାଜସ୍ଥାନରୁ ସୁରତ ଅଭିମୁଖେ ଯାଉଥିଲା। ଖବର ପାଇବା ମାତ୍ରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ରାଜମାର୍ଗରେ ଏକ ପୋଲ ଉପରେ ବସ୍ଟି ଓଭରଟେକ୍ କରିବା ସମୟରେ ଉକ୍ତ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଅନ୍ୟ ଆହତଙ୍କ ଚିିକିତ୍ସା ଜାରି ରହିଛି। ଘଟଣାର ତଦନ୍ତ କରାଯାଉଛି।






More Stories
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ଶୁଭେନ୍ଦୁ…..
ଟିଏମସି ନେତାଙ୍କୁ ଗିରଫ କଲା ଇଡି…..