ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡରେ ଆଜି ତୀର୍ଥଯାତ୍ରୀହେଲିକପ୍ଟର ଦୁର୍ଘଟଣା ଘଟିଛି |ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। କେଦାରନାଥ ଦର୍ଶନ ସାରି ତୀର୍ଥଯାତ୍ରୀଙ୍କୁ ନେଇ ହେଲିକପ୍ଟର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯୟ ପରିଚାଳନା ଅଧିକାରୀ ନନ୍ଦନ ସିଂ କହିଛନ୍ତି, ଦୁର୍ଘଟଣା ପରେ ଗରୁଡ଼ ଚଟି ନିକଟରେ ହେଲିକପ୍ଟରଟି ଜଳିଯାଇଛି। ଆଜି ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରରେ ତୀର୍ଥଯାତ୍ରୀମାନେ କେଦାରନାଥରୁ ଗୁପ୍ତକାଶୀ ଯାଉଥିଲେ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ଘଟଣା ନେଇ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..