ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ହକି ପାଇଁ ଏକାଧିକ ଭିତ୍ତିଭୂମି ସୃଷ୍ଟି କରୁଛନ୍ତି । ତୃଣମୂଳସ୍ତରରୁ ହକି ପ୍ରତିଭା ସୃଷ୍ଟିକରିବା ଲକ୍ଷ୍ୟରେ ବିଭିନ୍ନ ଜିଲ୍ଲାରେ ହକି ଟର୍ଫ ବିଛାଯିବା ନେଇ ମଧ୍ୟ କାର୍ଯ୍ୟଚାଲିଛି। ଏଭଳି ସ୍ଥଳେ ଉପକୂଳ ଓଡ଼ିଶାର ଏକମାତ୍ର କ୍ରୀଡ଼ା ଛାତ୍ରାବାସ ଭାବେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ରହିଥିବା ସିନିୟର ହକି ବିଭାଗକୁ ଉଠାଇ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ୨ଟି ବିଶ୍ବସ୍ତରୀୟ ହକି ଗ୍ରାଉଣ୍ଡ ଥିବା ସତ୍ତ୍ବେ ସେଠାରେ ହକି ପ୍ରଶିକ୍ଷଣ ଓ ଅଭ୍ୟାସ ପାଇଁ ସମସ୍ତ ସୁବିଧା ରହିଛି। ଏହାସତ୍ତ୍ବେ ଦେଶର କ୍ରୀଡ଼ା ରାଜଧାନୀ କୁହା ଯାଉଥିବା ଭୁବନେଶ୍ବରର ରାଜ୍ୟ ସରକାରଙ୍କ କ୍ରୀଡ଼ା ଛାତ୍ରାବାସରୁ ହକିକୁ ଉଠାଇ ଦିଆଯିବା ହକିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ବାରା ପରିଚାଳିତ କଟକର ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ କିଛି ବର୍ଷ ତଳେ ସିନିୟର ପୁରୁଷ ଓ ମହିଳା ହକି ରହିଥିଲା ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….