ରିପୋର୍ଟ କାର୍ଡ / ଭୁବନେଶ୍ବର
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ଲଘୁଚାପ ସୃଷ୍ଟି ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ବାତ୍ୟାର ଗତିପଥକୁ ନେଇ ପାଣିପାଗ ବିଭାଗ କୌଣସି ସ୍ପଷ୍ଟ ଆକଳନ କରିନାହିଁ। ଉତ୍ତର-ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସେପଟେ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଇସିଏମଡବ୍ଲୁଏଫ୍ ଆକଳନ ଅନୁଯାୟୀ ବାତ୍ୟା ଆସନ୍ତା ୨୫ ତାରିଖରେ ପାରାଦୀପ, ଚାନ୍ଦବାଲି, ବାଲେଶ୍ୱରରେ ପ୍ରଭାବ ପକାଇପାରେ। ଜିଏଫ୍ଏସ୍ ମଡେଲ ମଧ୍ୟ ସମାନ ଆକଳନ କରିଛି। ତେବେ ଆଇଏମଡି ଏହାକୁ ନେଇ କୌଣସି ଆକଳନ କରିନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏଥିରେ ସ୍ପଷ୍ଟତା ଆସିପାରେ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପଶ୍ଚିମବଙ୍ଗର ଦିଘାଠାରୁ ବାଂଲାଦେଶର ପଥର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ କିଛି ମଡେଲ୍ ଦର୍ଶାଇଛନ୍ତି। ଆଇଏମଡି ଜିଏଫଏକ୍ସ ମଡେଲ ଅନୁଯାୟୀ ୨୮ ତାରିଖ ବେଳକୁ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରାଯାଇଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..