ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିକୁ ୟୁକ୍ରେନ ଏବଂ ରୁଷ ଯୁଦ୍ଧ ୨୩୯ ଦିନରେ ପହଂଚି ଛି | ୟୁକ୍ରେନ୍ ଉପରେ ଆକ୍ରମଣ କରିବନି ରୁଷ କହିବା ପରେ ପୁଣି ଯୁଦ୍ଧସ୍ଥିତି ଗମ୍ଭୀର ହେବାନେଇ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଆଡଭାଇଜ। ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ। ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ରାଜଧାନୀ କିଭ ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏଥିସହ ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ୍ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି ସରକାର। କିଭ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡ୍ଭାଇଜରୀ ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ, ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଓ ୟୁକ୍ରେନ୍ରେ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ଦେଖି ଭାରତୀୟମାନଙ୍କୁ ୟୁକ୍ରେନ୍ ଆସିବାକୁ ମନା କରାଯାଉଛି। ଯେଉଁ ଭାରତୀୟ ନାଗରିକ ଯଥା ଛାତ୍ରଛାତ୍ରୀମାନେ ୟୁକ୍ରେନ୍ରେ ରହିଛନ୍ତି ସେମାନେ ତୁରନ୍ତ ଦେଶ ଛାଡ଼ି ଚାଲିଯାଆନ୍ତୁ। ଗତ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ରୁଷ ଘନ ଘନ ମିସାଇଲ ମାଡ କରିଥିଲା । ଏହାର ଜବାବ ଦେଇଥିଲା ୟୁକ୍ରେନ୍ । ଏହାପରେ ଗତ ଏପ୍ରିଲରେ ସୈନ୍ୟ ପ୍ରତ୍ୟାହାର କରିନେଇଥିଲା ରୁଷ । ୟୁକ୍ରେନ୍ ଉପରେ ରୁଷ ତୀବ୍ର ଆକ୍ରମଣ କରିବ ନାହିଁ ବୋଲି କହିଥିଲେ ପୁଟିନ। ହେଲେ ୟୁକ୍ରେନ୍ ତାସ୍ୱାଭିମାନ ପାଇଁ ପ୍ରତିଆକ୍ରମଣ କରିଚାଲିଛି। ରୁଷ ସେନା ଉପରେ ସିରିଜ୍ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍। ସେହିପରି ରୁଷ ମଧ୍ୟ କାମିକାଜେ ଡ୍ରୋନ୍ରେ ମାଧ୍ୟମରେ ଆକ୍ରମଣ ଜାରି ରଖିଛି। ଏଥିରେ ୟୁକ୍ରେନ୍ରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଧ୍ୱଂଶ ହୋଇଯାଇଛି। ଉଲ୍ଲେଖ ଯୋଗ୍ୟ- ଗତ ୧୪ ତାରିଖ ଦିନ କାଜାଖସ୍ଥାନର ରାଜଧାନୀ ଅସ୍ଥାନାଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ, ୟୁକ୍ରେନକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ ନୁହେଁ। ଏପରିକି ମିସାଇଲ୍ ମାଡ ମଧ୍ୟ ରୁଷ କରିନାହିଁ। କେବଳ ସେତିକି ନୁହେଁ ୟୁକ୍ରେନ୍ ଅଧିକାଂଶ ଅଞ୍ଚଳ କବ୍ଜା କରିବାକୁ ଆଉ ସେନାକୁ ମଧ୍ୟ ପଠାଯିବ ନାହିଁ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….