Report Card Odisha

| Daily Odia News

ଓଡ଼ିଶାର ଆଉ ଏକ ବିମାନବନ୍ଦରକୁ ମିଳିଲା ଲାଇସେନ୍ସ……

ରିପୋର୍ଟ କାର୍ଡ / କୋରାପୁଟ

କୋରାପୁଟ ଜିଲ୍ଲାର ଜୟପୁର ବିମାନ ବନ୍ଦରକୁ ଲାଇସେନ୍ସ ମିଳିଛି । ‘ଉଡ଼ାନ୍’ ଯୋଜନାରେ ଲାଇସେନ୍ସ ନେଇ ଡିଜିସିଏ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ବିମାନ ଚଲାଚଳ ନେଇ ଲାଇସେନ୍ସ ମିଳିଥିବା ସୂଚନା ମିଳିଛି। ବହୁ ପ୍ରତୀକ୍ଷା ପରେ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ଲାଇସେନ୍ସ ମିଳିଛି। ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର ବିମାନବନ୍ଦରକୁ ଏହି ଲାଇସେନ୍ସ ଦେଇଛନ୍ତି କେନ୍ଦ୍ର ବେସାମରିକ ପରିବହନ ବିଭାଗ। ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପାଇଁ ଦିର୍ଘ ଦିନରୁ ଦାବି ରହିଥିଲା। ଏଥି ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟ ମଧ୍ୟ କରିଛନ୍ତି। ପୁର୍ବରୁ ଡିଜିସିଏ ଅଧିକାରୀ ଆସି ଏହାର ଅନୁଧ୍ୟାନ କରିବା ସହ ପ୍ରାୟ ୬୭ଟି ତ୍ରୁଟି ବାହାର କରିଥିଲେ। ଏହାପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ତ୍ରୁଟି ଗୁଡ଼ିକୁ ସମାଧାନ କରିଥିଲେ। ଏହା ପରେ ଆଜି ଲାଇସେନ୍ସ ମିଳିଛି ।

 

Breaking News