Report Card Odisha

| Daily Odia News

ଶଶି ଥରୁରଙ୍କ ଉପରେ ବର୍ଷିଲା କଂଗ୍ରେସ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ସଭାପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବରିଷ୍ଠ ନେତା ଶଶି ଥରୁର ଗଣମାଧ୍ୟମକୁ ଦଳ ବିରୋଧୀ ପ୍ରତିକ୍ରିୟା ଦେଇଛନ୍ତି | ଏହାକୁ ନେଇ ଶଶି ଥରୁରଙ୍କ ଉପରେ କଂଗ୍ରେସ ବର୍ଷିଛି । ବୁଧବାର କଂଗ୍ରେସ ସଭାପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ବିପୁଳ ଭୋଟ ପାଇ ଜିତିଥିଲେ ମଲ୍ଲିକାର୍ଜୁନ ଖଡଗେ। ଏହି ଫଳାଫଳ ପରେ ଖଡଗେଙ୍କୁ ଶୁଭେଚ୍ଛା ଜଣାଇବା ସହିତ ନିର୍ବାଚନରେ ​​ଅନିୟମିତତାର ଅଭିଯୋଗ ଆଣିଥିଲେ ଥରୁର। ଏହାକୁ ନେଇ କଂଗ୍ରେସ  ଥରୁରଙ୍କ ଉପରେ ବର୍ଷିଛି। ସୂଚନା ମୁତାବକ, ବୁଧବାର ଭୋଟ୍ ଗଣାଯିବା ମାତ୍ରେ ଶଶି ଥରୁରଙ୍କ ଦଳ କଂଗ୍ରେସର ସଭାପତି ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଦନ ମିସ୍ତ୍ରୀଙ୍କୁ ଚିଠି ଲେଖି ଗୁରୁତର ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଥିଲେ। ହେଲେ ଶଶି ଥରୁର ପରେ ଚିଠିଟି ଲିକ୍ ହୋଇଥିବାରୁ ଦୁଃଖ ପ୍ରକାଶ କରି ଆଗକୁ ବଢ଼ିବା ବୋଲି କହିଥିଲେ। ହେଲେ ଏସବୁ କହିବା ପରେ ବି ଥରୁର ଗଣମାଧ୍ୟମ ସାମ୍ନାରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଥରୁରଙ୍କ ଏଭଳି ଦୁଇଟି ରୂପ ଦେଖି ତାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଦନ ମିସ୍ତ୍ରୀ। ଶ୍ରୀ ମିସ୍ତ୍ରୀ ଶଶି ଥରୁରଙ୍କ ଟିମକୁ ଉତ୍ତର ଦେଇ କହିଛନ୍ତି, ମୁଁ ଦୁଃଖିତ ଯେ ମୋ ସାମ୍ନାରେ ଆପଣଙ୍କର ଗୋଟିଏ ଚେହେରା ଥିଲା ଏବଂ ଗଣମାଧ୍ୟମ ସାମ୍ନାରେ ଆଉ ଗୋଟିଏ। ଆପଣ ଆମକୁ କହିଲେ ଯେ, ଆପଣ ଆମର ସମସ୍ତ ଉତ୍ତରରେ ସନ୍ତୁଷ୍ଟ। ହେଲେ ପରେ ଗଣମାଧ୍ୟମ ଆଗରେ ଆପଣ କହିଲେ ଯେ, ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ଏଥିରୁ ଆପଣଙ୍କର ଦୁଇଟି ରୂପ ଥିବା ସ୍ପଷ୍ଟ ହୋଇଛି।

 

Breaking News