Report Card Odisha

| Daily Odia News

ମୋଟାପଣ ଦୂର କରିବାର ସରଳ ଉପାଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ତ୍ତମାନ ସମୟରେ ସମସ୍ତେ ସୁନ୍ଦର ଆଉ ସ୍ଲିମ ରହିବାକୁ ପସନ୍ଦ କରନ୍ତି | ମୋଟା ପଣକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ | କେମିତି ନିଜର ମୋଟା ପଣ କମ କରିବେ | ବିଭିନ୍ନ ପ୍ରକାର ଖାଦ୍ୟ ଆମ ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି କରିଥାଏ। ଫଳରେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ପାଇଁ ମୋଟାପଣ ବୃଦ୍ଧି ହୋଇଥାଏ। ମାତ୍ର ଆପଣ କିଭଳି ଭୋଜନ ଗ୍ରହଣ କରୁଛନ୍ତି,ତାହା ଓଜନ ବୃଦ୍ଧି କରିବାର କାରଣ ପାଲଟିଥାଏ। କିଛି ଏଭଳି ଅଭ୍ୟାସ ରହିଛି,ଯାହା ଶରୀରରେ ମେଟାବୋଲିଜିୟମକୁ ସକରାତ୍ମକ ଭାବେ ପ୍ରଭାବିତ କରିଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଭୋଜନ ଗ୍ରହଣ ସମୟରେ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟାକୁ ଦୂର କରିଥାଏ। ଭୋଜନର ପରିମାଣ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ। ସକାଳର ଜଳଖିଆ ଅଧିକ,ଖରାବେଳର ଖାଦ୍ୟ ଜଳଖିଆ ତୁଳନାରେ କମ୍‌‌ ଓ ରାତି ଖାଦ୍ୟ ଅଳ୍ପ କିମ୍ବା ଆବଶ୍ୟକ ପରିମାଣରେ ସେବନ କରନ୍ତୁ। ଖାଦ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଖାଦ୍ୟ ଖାଇବା ପରେ ତୁରନ୍ତ କୌଣସି ପାନୀୟ ଜିନିଷର ସେବନ କରନ୍ତୁ ନାହିଁ। ଖାଦ୍ୟ ଖାଇବାର ୪୫ ମିନିଟ୍‌‌ ପରେ ହିଁ ଜଳ ଓ ଅନ୍ୟ ପାନୀୟ ଜିନିଷର ସେବନ କରିପାରିବେ। ଏହାଦ୍ୱାରା ସଠିକ ଭାବେ ପାଚନ କ୍ରିୟା କାର୍ଯ୍ୟ କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ।
ଖାଦ୍ୟ ଖାଇବା ସମୟରେ ପ୍ରଥମେ କଞ୍ଚା ଜାତୀୟ ପରିବା ଅର୍ଥାତ ସାଲାଡରୁ ଆରମ୍ଭ କରନ୍ତୁ। ଏହାପରେ ପ୍ରସ୍ତୁତ ଓ ପ୍ରୋଟିନ ଯୁକ୍ତ ଭୋଜନ ଗ୍ରହଣ କରନ୍ତୁ।

Breaking News