ରିପୋର୍ଟ କାର୍ଡ / ବଲାଙ୍ଗୀର
ସ୍ବାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେରାର ହୋଇଯାଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁର। ମୃତକ ହେଲେ ଦିବ୍ୟସିଂହ ଭୋଇ। ସ୍ବାମୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ତ୍ରୀ ଯଶୋଦା ଭୋଇ ଫେରାର ହୋଇଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଦିବ୍ୟସିଂହ ଓ ତାଙ୍କ ସ୍ତ୍ରୀ ଯଶୋଦା ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଯଶୋଦା ଏକ ଧାରୁଆ ଅସ୍ତ୍ରରେ ଦିବ୍ୟସଂହଙ୍କୁ ହାଣି ହତ୍ୟା କରିଥିଲେ। ଦିବ୍ୟସିଂହଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠି ପଡ଼ିଥିଲେ। ତେବେ ଘଟଣା ଘଟାଇବା ପରେ ଯଶୋଦା କେଉଁଆଡ଼େ ଚାଲି ଯାଇଥିଲେ। ଏହାପରେ ଘରଲୋକେ ଦିବ୍ୟସଂହଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିବା ଲାଗି ନେଉଥିଲେ। ହେଲେ ବାଟରେ ଦିବ୍ୟସିଂହ ଙ୍କର ମୃତ୍ୟୁ ହୋଇଥିଲା | ତେବେ ଡାକ୍ତରଖାନା ନେଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଯଶୋଦା ଦିବ୍ୟସଂହଙ୍କୁ ହତ୍ୟା କଲେ ଜଣାପଡ଼ିନାହିଁ। ତେବେ ଯଶୋଦା ଜଣେ ମାନସିକ ବିକୃତ ମହିଳା ବୋଲି ଶୁଣିବାକୁ ମିଳୁଛି। ଏଣେ ଖବର ପାଇ ତୁଷରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….