Report Card Odisha

| Daily Odia News

ହୋଟେଲ୍‌ରେ ଆକ୍ରମଣ,୯ ମୃତ, ୪୫ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହୋଟେଲ୍‌ରେ ଆତଙ୍କବାଦୀ ମାନେ ଆକ୍ରମଣ ଘଟଣାଇଛନ୍ତି | ଆକ୍ରମଣ ରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ଆହତ ହୋଇଛନ୍ତି। ଦକ୍ଷିଣ ସୋମାଲିଆର କିସମାୟୋଠାରେ ଏହି ଆକ୍ରମଣ ହୋଇଛି। ଅଲ ଶାହାବାବ ଇସ୍ଲାମ ଗ୍ରୁପ୍ ଏହି ଆକ୍ରମଣ କରିଛି ବୋଲି ଉକ୍ତ ଅଞ୍ଚଳର ସୁରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଇ କିଛିଦିନ ତଳେ ଅଲ୍‌କାଏଦା ଆତଙ୍କବାଦୀ ସଂଗଠନ ରାଜଧାନୀ ମୋଗାଦିଶୁକୁ ଉପରେ ଆକ୍ରମଣ କରିଥିଲେ। ପୁଣି ସ୍ଥିତି ସାମାନ୍ୟ ହେବା ପରେ ଆଉ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। ରବିବାର ରାତିରେ ହଠାତ୍ ହୋଟେଲ୍ ତାୱାକାଲର ଗେଟ୍‌କୁ ଧକ୍କା ଦେଇ ହୋଟେଲ୍ ଭିତରେ ଏକ କାର୍ ପଶିଯାଇଥିଲା। ଏହା ପରେ ହୋଟେଲ୍ ଭିତରେ ବିସ୍ଫୋରଣ ହୋଇଥିଲା। ପରେ ସକାଳ ୭ଟାରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଥିଲେ।
ମୃତକଙ୍କ ମଧ୍ୟରେ ସ୍କୁଲ୍‌ର କିଛି ଛାତ୍ର ଥିବା ସୂଚନା ରହିଛି। ଏହି ଘଟଣାରେ ଆତ୍ମଘାତି ବିସ୍ଫୋରଣକାରୀ ସମେତ ସମସ୍ତ ଜଣ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଥମ ଆତଙ୍କବାଦୀ ନିଜକୁ ବୋମାରେ ଉଡ଼ାଇ ଦେଇଥିବା ବେଳେ ୩ ଜଣଙ୍କୁ ସେନା ଗୁଳି କରି ହତ୍ୟା କରିଛି। ଆତଙ୍କବାଦୀ ସଂଗଠନ ଦୀର୍ଘ ୧୫ ବର୍ଷ ହେଲା ସୋମିଲିଆର ସରକାରକୁ ହଟାଇ ନିଜେ ଶାସନ ଚଳାଇବାକୁ ଉଦ୍ୟମ ଚଳାଇଛି। ଏଥିପାଇଁ ସେ ନିୟମିତ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁଛି। ବର୍ତ୍ତମାନ ଆକ୍ରମଣ ହୋଇଥିବା କିସମାୟୋ ପୂର୍ବରୁ ଅଲ-ଶାବାବ୍‌ ଆତଙ୍କବାଦୀ ସଂଗଠନର ଗଡ଼ ଥିଲା। ହେଲେ ୨୦୧୨ରେ କେନିଆ ଫୋର୍ସ ସାହାଯ୍ୟରେ ସ୍ଥାନୀୟ ମିଲିସିଆ ଏହି ଅଞ୍ଚଳକୁ ଦଖଲ କରିନେଇଥିଲେ।

Breaking News