ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଭୁବନେଶ୍ୱର SDJMଙ୍କ କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ମାମଲାରେ ହେବେ ହାଜର । ସେପଟେ ଜଗବନ୍ଧୁଙ୍କ ପାଇଁ ଜାମିନ ଆବେଦନ କରିବେ ତାଙ୍କ ଓକିଲ । ଜଗବନ୍ଧୁଙ୍କ ବିରୋଧରେ ଲାଗିଛି ୧୬ଟି ଦଫା । ସୂଚନା ଥାଉକି ୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ବର୍ଷରେ ଏତେ ଟଙ୍କାର ସମ୍ପତ୍ତି ସେ କେମିତି ଉପାର୍ଜନ କଲେ ତାର ହିସାବ ଖୋଜିବ ପୋଲିସ । ଗତ ୬ମାସ ଭିତରେ ଏଥିରେ ୫କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ପ୍ରତି ଆକାଉଣ୍ଟରେ ହୋଇଥିବା ବଡ ବଡ ପରିମାଣର ଟଙ୍କା ନେଣଦେଣ ଏବେ ପୋଲିସ ସ୍କାନରରେ ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….